
ଆଜି ଆମେ ଆମ ବିଦ୍ୟାଳୟରେ "___" ତମ ସ୍ଵାଧୀନତା ଦିବସ ପାଳନ କରୁଛୁ । ଏହି ଅବସରରେ ମୁଁ କିଛି କହୁଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି । ସ୍ଵାଧୀନ ଶବ୍ଦଟି ସମସ୍ତଙ୍କ ପାଇଁ ସ୍ଵାଗତଯୋଗ୍ୟ । ପରାଧିନ କଷ୍ଟ ଦାୟକ । ବଣର ପଶୁପକ୍ଷୀ ପଞ୍ଜୁରୀରେ ରହିବାକୁ ଚାହାନ୍ତି ନାହିଁ । କାରଣ ସମସ୍ତେ ମୁକ୍ତ, ସମସ୍ତେ ସ୍ଵାଧୀନ । ଜନ୍ମଠାରୁ ମୃତ୍ୟୁ, ମୃତ୍ୟୁଠାରୁ ଜନ୍ମ ସମସ୍ତେ ସ୍ଵାଧୀନତା ହିଁ ଚାହାଁନ୍ତି । କାଳର କରାଳ ଗତିରେ ମଣିଷ ବା ଜାତି ପରାଧୀନ ହୋଇଯାଏ ।
ଦୁର୍ବଳତାର ସୁଯୋଗ ନେଇ ଦୃଢ଼ ଏକତା ଅଭାବରୁ ଶତ୍ରୁମାନେ ଆମ ଦେଶକୁ ଅନେକ ଦିନ ଅଧିକାର କରିଥିଲେ । ସେତେବେଳେ କଥା କହିବା, କାମ କରିବା, ଖାଇବା, ପିଇବା, ବସିବା ଉଠିବାରେ ଆମର ସ୍ଵାଧୀନତା ନ ଥିଲା । ଶାସକ ଯାହା ଚାହୁଁଥିଲେ ଯେମିତି ଚାହୁଁଥିଲେ ଆମେ ସେମିତି ଚଳିବାକୁ ବାଧ୍ୟ ହେଉଥିଲୁ । ଇଂରେଜମାନେ ମାତ୍ର ୩୦ ପାଉଣ୍ଡ ଖର୍ଚ୍ଚକରି ଯେଉଁ ଇଷ୍ଟଇଣ୍ଡିଆ କମ୍ପାନୀ ଗଢ଼ିଥିଲେ ସେହି କମ୍ପାନୀ କେତୁଟା ବର୍ଷ ଭିତରେ ପୂତ ପବିତ୍ର ଭାରତ ଭୂଖଣ୍ଡକୁ କରାୟତ କରିନେଲେ । ସେତେବେଳେ ଭାରତର ଦୁର୍ବଳ ମୋଗଲ ବାଦଶାହା ବାହାଦୁର ଶାହା ଜାଫର, ଭାରତୀୟଙ୍କ ମଧ୍ୟରେ ଏକତାର ଘୋର ଅଭାବ, ଭାଇ ଭାଇ ମଧ୍ୟରେ ଶିଖି-ମନାଇ, ମନୋଭାବ, ଆମକୁ ପରାଧିନ କରିଦେଲା । ଆର୍ଯ୍ୟାବର୍ତ୍ତରେ ଅଶୁଭ ଶକୁନ ଡେଣା ମେଲାଇଲା ।
୧୭୫୭ର ପଲାସୀ ଯୁଦ୍ଧ, ୧୭୬୪ର ବକ୍ସାର ଯୁଦ୍ଧ ପରେ ଭାରତମାତା ଛିନ୍ନମସ୍ତା ହୋଇଗଲା । ଭାରତବାସୀ ଅନାଥାଶ୍ରମର ଅନାଥ ଶିଶୁ ହୋଇଗଲେ । ଜରା ନିବାସରେ ଜରାଜର୍ଜରିତ ବୃଦ୍ଧ ପାଲଟି ଗଲେ । ଯେଉଁ ମୁଣ୍ଡ ଉର୍ଦ୍ଧମୁଖି ଥିଲା ସେଦିନ ଅଧମୁଖ ହୋଇଗଲା । ତଥାପି ମହାଭାରତୀୟ ଜାତି ଇଂରେଜ ଶକ୍ତିର ପ୍ରଚଣ୍ଡ ମୁକାବିଲା କଲା । ସିରାଜଉଦଉଲାଙ୍କଠାରୁ ଆରମ୍ଭ କରି ଟିପୁସୁଲତାନ, ଜୟୀରାଜଗୁରୁଙ୍କ ଠାରୁ ଆରମ୍ଭ କରି ଲକ୍ଷ୍ମଣ ନାୟକଙ୍କ ପର୍ଯ୍ୟନ୍ତ ଦେଶପାଇଁ ପ୍ରାଣବଳୀ ଦେବାକୁ ଆଗେଇ ଆସିଲେ । ଶତ ସହସ୍ର ନରନାରୀ ଯୁବକ ଯୁବତୀ, ଛାତ୍ର ଛାତ୍ରୀ ପଙ୍ଗୁ, ସନ୍ନ୍ୟାସୀ ଭାବରେ ସ୍ଵାଧୀନତା ଲାଗି ବଜ୍ର ସଂକଳ୍ପ ନେଲେ । ସେମାନେ ଚାହିଁଥିଲେ ରକ୍ତ ବଦଳରେ ମୁକ୍ତି । ପରାଧିନ ବଦଳରେ ସ୍ଵାଧିନ ।
୧୮୫୭ର ସିପାହୀ ବିଦ୍ରୋହରେ ଝାନ୍ସି ରାଣୀଙ୍କ ରଣକୁହାଟରେ ଇଂରେଜ ସେନାପତି ଚମକି ଉଠିଲେ । ଜଗଦୀଶପୁରର ଜମିଦାର କନୱର ସିଂ ଇଂରେଜର ମୁକାବିଲା ଲାଗି ନିଜ ହାତକୁ ନିଜ ତରବାରିରେ କାଟି ଗଙ୍ଗାକୁ ଉତ୍ସର୍ଗ କଲେ । ମହାତ୍ମାଗାନ୍ଧୀଙ୍କ ଆହ୍ଵାନରେ ସାରା ଭାରତ ପ୍ରକମ୍ପିତ ହେଲା । କୁଟି ଖାଅ, କାଟି ପିନ୍ଧ ସ୍ଲୋଗାନ୍ ସାରା ଦେଶରେ ପ୍ରତିଧ୍ଵନିତ ହେଲା ।
୧୯୩୦ରେ ସମୁଦ୍ର ଇଲାକାରୁ କୁନି କୁନି ବାନର ସେନାମାନେ ଗାଇଲେ - "ତୁମେ ମାର କେତେ ବେତ ମାରିବ, ଜୀବନକୁ ଆମେ ପାଣି ଛଡାଇଛୁ, ତୁମେକି ଆମକୁ ପାରିବ ? "
୧୯୩୮ କିଶୋର ସହିଦ୍ ବାଜିରାଉତଙ୍କ କଣ୍ଠରୁ ଶୁଭିଲା “ପ୍ରଜାମଣ୍ଡଳର ହୁକୁମ ନାହି, ଡଙ୍ଗା ମୁହି ଛାଡ଼ିବି ନାହିଁ” ।
୧୯୪୨ ବଞ୍ଚେମ୍ବର ଗୋଆଲିଆ ଗ୍ୟାଙ୍କ ନୈମିଦାନରୁ ପ୍ରତିଧ୍ଵନିତ ହେଲା – “ଭାରତ ଛାଡ଼”, “କର ଅବା ମର”, “କରେଙ୍ଗେ ୟା ମରେଙ୍ଗେ” ।
୧୯୪୪ରେ ବିଶ୍ଵତ୍ରାସୀ ସୁବାଷ କହିଲେ – “ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ଵାଧୀନତା ଦେବି” ।
ପିଲାରୁ ବୁଢ଼ା, ଦେଶ ଲାଗି ପାଗଳ ହୋଇଗଲେ । ତ୍ରିରଙ୍ଗା ଝଣ୍ଡା ଭାରତର ସଫେଦ ଆକାଶରେ ରୋମାଞ୍ଚ ସୃଷ୍ଟିକଲା । ସବୁଆଡ଼ୁ ଶୁଭିଲା- “ଝଣ୍ଡା ଉଚ୍ଚା ରହେ ହମାରା” । ଆଜି ଆମେ ସ୍ଵାଧୀନ ଦେଶର ସ୍ଵାଧୀନ ସନ୍ତାନ । ଆଜି ସେହି ଝଣ୍ଡା ତଳେ ଶପଥ ନେବା ଭାରତକୁ ମହାନ୍ କରି ଗଢ଼ିବା । ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି ।
ବନ୍ଦେ ମାତରମ୍, ଭାରତ ମାତା କି ଜୟ
Nice
ReplyDeleteLike the speech
ReplyDeleteବଡ଼ିଆ ହୋଇଛି। ଧନ୍ୟବାଦ।
ReplyDeleteDangerous
ReplyDeleteJsmo exam results 2018
ReplyDelete