Recent Posts

"ଖଦ୍ୟୋତର ଖେଦ" - ସ୍ଵଭାବ କବି ଗଙ୍ଗାଧର ମେହେର (ପୁରୁଣା ପାଠ୍ୟପୁସ୍ତକ କବିତା) - ପଢନ୍ତୁ ଓଡ଼ିଆରେ

May 20, 2018
Class 1 to 10 All School eText Book, 80s-90s Old School Books, College Text Books, 250+ Janhamamu Magazine, Nijukti Khabar, Sishulekha Magazines Now Available on our new "Odia Pathagara" App.
Please Install from Playstore. Click the button to Install for Free!
Download (APP)
Khadyotara Kheda Old Poem By Gangadhar Meher. "ଖଦ୍ୟୋତର ଖେଦ" - ସ୍ଵଭାବ କବି ଗଙ୍ଗାଧର ମେହେର (ପୁରୁଣା ପାଠ୍ୟପୁସ୍ତକ କବିତା) - ପଢନ୍ତୁ ଓଡ଼ିଆରେ, ଖେଦେ କହେ ଖଦ୍ୟୋତ ମୁଁ  ଅତି କ୍ଷୁଦ୍ର ଜୀବ,  କି ବିଚାରି ପକ୍ଷ ମୋତେ  ଦେଇଛି ଦଇବ ।
"ଖଦ୍ୟୋତର ଖେଦ" ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଦ୍ୱାରା ରଚନା କରାଯାଇଥିବା ଏକ କବିତା ଯାହା ବହୁ ବର୍ଷ ତଳେ ଷଷ୍ଠ ଶ୍ରେଣୀ ସାହିତ୍ୟ ବହିରେ ସ୍ଥାନ ପାଇଥିଲା । ପୁନର୍ବାର ସ୍ମୃତି ଉଜାଗର ନିମନ୍ତେ ଆମ୍ଭ ୱେବସାଇଟରେ କେବଳ ଆପଣମାନଙ୍କ ପାଇଁ କବିତାଟିକୁ ଲେଖୁଛୁ । 
"ଖଦ୍ୟୋତର ଖେଦ"
ରଚନା: ସ୍ଵଭାବ କବି ଗଙ୍ଗାଧର ମେହେର

ଖେଦେ କହେ ଖଦ୍ୟୋତ ମୁଁ
ଅତି କ୍ଷୁଦ୍ର ଜୀବ,
କି ବିଚାରି ପକ୍ଷ ମୋତେ
ଦେଇଛି ଦଇବ ।

ରଜନୀରେ ଉଡେ ଲୁଚି
ଉପହାସ ଡରେ,
ଅବା ଦୂରେ ବସିଥାଏଁ
ପାଦପ ପତରେ ।

ଅଙ୍ଗେ ମୋର ଜ୍ୟୋତିଥିବା
ନାହିଁ ମୋତେ ଜଣା,
ନ ଚାହେଁ ମୁଁ ଜ୍ୟୋତିଷ୍କରେ
ହେବା ପାଇଁ ଗଣା ।

ତଥାପି ମାନବେ ମୋତେ
ଉପହାସ କରି,
ବୋଲନ୍ତି ଖଦ୍ୟୋତ କାହିଁ
ହେବ ଚନ୍ଦ୍ର ସରି ?

କାହିଁ ଚନ୍ଦ୍ର ମିଳେ ତାଙ୍କୁ
 ପ୍ରଭାକର କର,
ମୋ ଜ୍ୟୋତି କଣିକା ନିଜ
କ୍ଷୁଦ୍ର ଜୀବନର ।

କରି ନ ଜାଣଇ ପର
ଧନେ ଅଭିମାନ,
କେମନ୍ତେ ପାରିବି ହୋଇ
ଚନ୍ଦ୍ରମା ସମାନ !

ନ କର ମାନବେ କ୍ଷୁଦ୍ର
ଜୀବେ ଉପହାସ,
ନିଜର ଜୀବନ-ଜ୍ୟୋତି
କର ପରକାଶ ।

ସଂଗ୍ରାହକ: ଭବାନୀ ପ୍ରସାଦ ପଣ୍ଡା, ନିର୍ମାତା, ଓଡ଼ିଆପୋର୍ଟାଲ.ଇନ୍

କବି ପରିଚୟ
ସ୍ଵଭାବ କବି ଗଙ୍ଗାଧର ମେହେର
ସ୍ଵଭାବ କବି ଗଙ୍ଗାଧର ମେହେର: (୯ ଅଗଷ୍ଟ ୧୮୬୨ - ୪ ଅପ୍ରେଲ ୧୯୨୪), ଜଣେ ଓଡ଼ିଆ ରୀତି କବି । ସେ ଏକାଧାରରେ ପ୍ରକୃତି କବି ଓ ସ୍ଵଭାବ କବି ଭାବେ ପରିଚିତ । ସେ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।

1 comment:

  1. ଅତି ସୁନ୍ଦର... ଏମିତି ଉପସ୍ଥାପନା ବଜାୟ ରହୁ...💐💐💐

    ReplyDelete