Recent Posts

"ମିଶୁ ମୋର ଦେହ ଏ ଦେଶ ମାଟିରେ" - ଉତ୍କଳମଣୀ ଗୋପବନ୍ଧୁ ଦାସ (ପୁରୁଣା ପାଠ୍ୟପୁସ୍ତକ କବିତା) - ପଢନ୍ତୁ ଓଡ଼ିଆରେ

May 22, 2018
Class 1 to 10 All School eText Book, 80s-90s Old School Books, College Text Books, 250+ Janhamamu Magazine, Nijukti Khabar, Sishulekha Magazines Now Available on our new "Odia Pathagara" App.
Please Install from Playstore. Click the button to Install for Free!
Download (APP)
"ମିଶୁ ମୋର ଦେହ ଏ ଦେଶ ମାଟିରେ" - ଉତ୍କଳମଣୀ ଗୋପବନ୍ଧୁ ଦାସ (ପୁରୁଣା ପାଠ୍ୟପୁସ୍ତକ କବିତା) - ପଢନ୍ତୁ ଓଡ଼ିଆରେ, କବିଙ୍କ "ବନ୍ଦୀର ଆତ୍ମକଥା" କାବ୍ୟରୁ ଏହା ଉଦ୍ଧୃତ । Misu mora deha e desa matrire kabita utkalmani gopabandhu das, download poem pdf
"ମିଶୁ ମୋର ଦେହ ଏ ଦେଶ ମାଟିରେ" ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଦ୍ୱାରା ରଚନା କରାଯାଇଥିବା ଏକ କବିତା ଯାହା ବହୁ ବର୍ଷ ତଳେ ଷଷ୍ଠ ଶ୍ରେଣୀ ସାହିତ୍ୟ ବହିରେ ସ୍ଥାନ ପାଇଥିଲା । କବିଙ୍କ "ବନ୍ଦୀର ଆତ୍ମକଥା" କାବ୍ୟରୁ ଏହା ଉଦ୍ଧୃତ । ପୁନର୍ବାର ସ୍ମୃତି ଉଜାଗର ନିମନ୍ତେ ଆମ୍ଭ ୱେବସାଇଟରେ କେବଳ ଆପଣମାନଙ୍କ ପାଇଁ କବିତାଟିକୁ ଲେଖୁଛୁ । 

"ମିଶୁ ମୋର ଦେହ ଏ ଦେଶ ମାଟିରେ"
ରଚନା: ଉତ୍କଳମଣୀ ଗୋପବନ୍ଧୁ ଦାସ

ଦେଶବାସୀ ବନ୍ଧୁ ଆତ୍ମୀୟ ସୋଦର,
କାରାଦଣ୍ଡେ ମୋର ହେଲ କି କାତର ?

ଥିଲା ଏହା ଆଗୁଁ ଜଣାଶୁଣା କଥା,
ସେଥିପାଇଁ ତେବେ କିମ୍ପା ମନେ ବ୍ୟଥା ।

କାତରତା ସିନା କାପୂରୁଷପଣ,
ବୀର ମାରେ ଅବା ମରେ କରି ରଣ ।

ପଛଘୁଞ୍ଚା ନାହିଁ ବୀରର ଜାତକେ,
ନ ମରେ ସେ କେଭେଁ ପରାଣ ଆତଙ୍କେ

ଜାଣିଛି,ଲାଗିଛି ଏ ଶାନ୍ତି-ସମର,
ନାହିଁ ଏଥି ତୋପ ହାତହତିଆର ।

ବଳ ବା ବିଭବ ନାହିଁ ଏଥି ଲୋଡ଼ା,
ନାହିଁ ଲୋଡ଼ା ଯାନ ରଥ ହାତୀ ଘୋଡ଼ା ।

ଆଧ୍ୟାତ୍ମିକ ବାଳେ ଲାଗିଛି ଲଢ଼ାଇ,
ଭାଙ୍ଗିବାକୁ ପଶୁବଳର ବଡ଼ାଇ ।

ଛାଡ଼ିି ଧନ-ଆଶା ଘରଦ୍ଵାର-ମାୟା,
ଅସଙ୍ଗଶସ୍ତ୍ରେ ଯେ ସାଜିଅଛି କାୟା,

ଅହିଁସା-ବଳରେ ଯେହୁ ବଳୀୟାନ,
ଏ ରଣାପ୍ରାଙ୍ଗଣେ ତା’ର ଏକା ସ୍ଥାନ ।

ଏଥିରେ ପ୍ରଥମ ଫଳ କାରାଦଣ୍ଡ,
ପଛେ ହୋଇପାରେ ଦେହ ଖଣ୍ଡ ଖଣ୍ଡ;

ବୁଝି ଏହା ମୁହିଁ ପଶିଛି ସଂଗ୍ରାମେ,
ନାହିଁ ମୋ ବିଚାର ମାନ ଅପମାନେ ।

ମିଶୁ ମୋର ଦେହ ଏ ଦେଶମାଟିରେ,
ଦେଶବାସୀ ଚାଲିଯାଆନ୍ତୁ ପିଠିରେ ।

ଦେଶର ସ୍ଵରାଜ୍ୟ-ପଥେ ଯେତେ ଗାଡ଼
ପୂରୁ ତହିଁ ପଡ଼ିି ମୋର ମାଂସ-ହାଡ଼ ।

ସ୍ଵାଧୀନତା-ପଥେ ତିଳେ ହେଲେ ନର
ମୋ ଜୀବନ ଦାନେ ହେଉ ଅଗ୍ରସର ।

ମଙ୍ଗଳମୟଙ୍କ ସୁମଙ୍ଗଳ ଇଛା ପରୁ
ଏ ପରାଣେ ଏହି ଶେଷ ଭିକ୍ଷା ।

  Download PDF

ସଂଗ୍ରାହକ: ଭବାନୀ ପ୍ରସାଦ ପଣ୍ଡା, ନିର୍ମାତା, ଓଡ଼ିଆପୋର୍ଟାଲ.ଇନ୍

କବି ପରିଚୟ
ଉତ୍କଳମଣୀ ଗୋପବନ୍ଧୁ ଦାସ
ଗୋପବନ୍ଧୁ ଦାସ: (୧୮୭୭–୧୯୨୮) ଉତ୍କଳମଣି ନାମରେ ଖ୍ୟାତ । ଓଡ଼ିଶାର ଜଣେ ସ୍ଵାଧିନତା ସଂଗ୍ରାମୀ, କବି, ଲେଖକ ଓ ଦୈନିକ ଖବର କାଗଜ ସମାଜ ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ଥିଲେ । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ ଅତୁଳନୀୟ ରହିଥିଲା ।

2 comments: