!["ଆମ ଘର" [ଏଇ ଘରଟିରେ ଜନମ ମୋର । ଝାଟିମାଟିର ଏ, ନଡ଼ା ଛପର । ଏଇ ଘରେ ଆମେ ଏକାଠି ଥାଉ, ଏକାଠି ଖାଉ, ଏକାଠି ବସୁ, ଏକାଠି ହସୁ । ବୁଢ଼ୀ ମା’ ପାଶେ ଗପ ଶୁଣୁ ଶୁଣୁ ନିଦଟି ଆସେ ।...] - (ପୁରୁଣା ପାଠ୍ୟପୁସ୍ତକ କବିତା) - ପଢନ୍ତୁ ଓଡ଼ିଆରେ,](https://blogger.googleusercontent.com/img/b/R29vZ2xl/AVvXsEinlKeNyRbH66QUdsVrvJ-qEPu3rP6afcpHNwwI17g-HBPrsgoywZOs9vL_MHiGeN4We7BKjNQ_b-jEICix928RtNwkUpkd2M963t5BaUS9_0RWDyxXra9EwMXg-zxJkpPzDAKKWUN7nJpJ/s640/ama_ghara_old_odia_poem_odiaportal.jpg)
"ଆମ ଘର"
ଝାଟିମାଟିର ଏ, ନଡ଼ା ଛପର ।
ଏଇ ଘରେ ଆମେ
ଏକାଠି ଥାଉ, ଏକାଠି ଖାଉ,
ଏକାଠି ବସୁ, ଏକାଠି ହସୁ ।
ବୁଢ଼ୀ ମା’ ପାଶେ
ଗପ ଶୁଣୁ ଶୁଣୁ ନିଦଟି ଆସେ ।
ଏଇଟି ଆମର ରୋଷେଇ ଘର ।
ଏ ଘର ଭିତର ସଫାସୁତର ।
ଏଇଠାରେ ମାଆ
ପରିବା କାଟେ, ବେସର ବାଟେ,
ଜାଇ ରଗଡେ଼, ଶାଗ ଖରଡେ଼,
ଗଢ଼ଇ ପିଠା- ଆରିସା, କାକରା ଆହାଃ କି ମିଠା !
ଏଇଟି ଆମର ଫୁଲ ବଗିଚା ।
ତଳେ ପଡ଼ିଛି କି ଘାସ ଗାଲିଚା !
ଉଡ଼ି ଉଡ଼ି ଆସେ
ପରଜାପତି ତରକା ଅତି
ଏଇଠି ବୁଲେ ଫୁଲରେ ଝୁଲେ !
କଳସୀ ଆଣି
ଫୁଲଗଛ ମୂଳେ ଦିଏ ମୁଁ ପାଣି ।
ଏଇଟି ମୋହର ପଢ଼ିବା ଘର ।
ସଜାଇ ରଖେ ମୁଁ ବହିପତର ।
ଏଇ ଘରେ ନିତି
ମନ ହରଷେ ଗଣିତ କଷେ,
ମୋ ବହି ପଢ଼େ, ଖେଳଣା ଗଢ଼େ ।
ଧରେ ମୁଁ ତୂଳୀ
ଛବି କରେ ବସି ଭଳିକି ଭଳି ।
ଏଇଟି ଆମର ଟିକି ଗଡ଼ିଆ ।
ଥିରି ପାଣି ତା’ର କେତେ ବଢ଼ିଆ !
କେତେ ଗଛ ଛାଇ,
ଆଲୁଅ ଦିଶେ, ପାଣିରେ ମିଶେ ।
ବଗୁଲି ଆସେ, କୂଳରେ ବସେ ।
ଗଡ଼ିଶାଟିଏ ଚମକି ଡିଏଁ ।
ଥାଏ ମୁଁ ଥାଏଁ
ତାଳିଟାଏ ମାରି ପାଣିକି ଡିଏଁ,
ଏ କୂଳୁ ସେକୂଳ ପହଁରିଯାଏ ।
ଏଣିକି ଏ ଘର ବଦଳିଯିବ ।
ଝାଟିମାଟି ରୂପ ଆଉ ନଥିବ ।
ଆମ ହାତେ ଯିବ
ଛାତ ପାଲଟି ଏଇ ଚାଳଟି ।
ନିଆଁ ପାଣିର ତୁଟିବ ଡର ।
ବିଜୁଳିବତୀ
ଘରକୁ କରିବ ଉଜଳ ଅତି ।
ଭବାନୀ ଭାଈ,ଆପଣ ଅପଲୋଡ କରୁଥିବା ଓଡ଼ିଆ ବହିଗୁଡାକ ପଢି ଆମ୍ଭେମାନେ ବହୁତ ଉପକୃତ | ଯଦି ଆପଣ ଏହାର pdf ଫର୍ମାଟ ଗୁଡିକ ଅପଲୋଡ କରନ୍ତେ ଆମ୍ଭେ ପାଠକେ ବୃନ୍ଦ ଅତ୍ୟନ୍ତ ଖୁସି ହୁଅନ୍ତୁ |
ReplyDeleteଧନ୍ୟବାଦ