Recent Posts

ଓଡ଼ିଶାର ସାମୟିକ ଘଟଣାବଳୀ (Current Affairs) - Mar 11 - Mar 17, 2018 - ପଢନ୍ତୁ ଓଡ଼ିଆରେ

March 17, 2018
Class 1 to 10 All School eText Book, 80s-90s Old School Books, College Text Books, 250+ Janhamamu Magazine, Nijukti Khabar, Sishulekha Magazines Now Available on our new "Odia Pathagara" App.
Please Install from Playstore. Click the button to Install for Free!
Download (APP)
ଓଡ଼ିଶାର ସାମୟିକ ଘଟଣାବଳୀ (Current Affairs) - Mar 11 - Mar 17, 2018 - ପଢନ୍ତୁ ଓଡ଼ିଆରେ
ନିମ୍ନରେ ଓଡ଼ିଶାର କେତେକ ସାମୟିକ ଘଟଣାବଳୀ ଦିଆଯାଇଛି । ଏହି ଗୁଡିକ ଆପଣଙ୍କ ସହାୟତାରେ ଆସିବ ବୋଲି ଆଶା । ଏହାର ଇଂରାଜୀ ସ୍ୱରୂପ ପଢିବା ପାଇଁ ନିମ୍ନରେ ଦିଆଯାଇଥିବା ବଟନ୍ ଉପରେ କ୍ଲିକ୍ କରନ୍ତୁ । 

ମାର୍ଚ୍ଚ ୧୨, ୨୦୧୮:
- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା-ଝାରସୁଗୁଡା-ସମ୍ବଲପୁର "ବିଜୁ ଏକ୍ସପ୍ରେସୱେ"କୁ ଲୋକାର୍ପିତ କଲେ ।

ମାର୍ଚ୍ଚ ୧୩, ୨୦୧୮:
- ବିଶ୍ୱର ସମସ୍ତ ସ୍ମାର୍ଟ ସିିଟିର ଗମନାଗମନ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ନିରାପତ୍ତା, ଉତ୍ପାଦକତା ଭଳି ମାପକାଠିକୁ ନେଇ ଇଂଲଣ୍ଡର ଜୁନିପର୍‌ ରିସର୍ଚ୍ଚ ପକ୍ଷରୁ ହୋଇଥିବା ସର୍ଭେରେ ଭୁବନେଶ୍ୱର ଶ୍ରେଷ୍ଠ ୨୦ ସ୍ମାର୍ଟ ସିଟି ଭିତରେ ସ୍ଥାନ ପାଇଛି। ଭାରତର ଏକମାତ୍ର ସ୍ମାର୍ଟ ସିଟି ଭାବେ ଭୁବନେଶ୍ୱର ‘ବେଷ୍ଟ୍‌ ପରଫରମିିଙ୍ଗ୍‌ ସ୍ମାର୍ଟ ସିଟି’ ତାଲିକାରେ ସ୍ଥାନ ପାଇଛି ।

- ଏପ୍ରିଲ ୪ରେ ହେବାକୁ ଥିବା ଗୋଲ୍ଡ କୋଷ୍ଟ ୨୦୧୮, ୨୧ତମ କମନୱେଲଥ କ୍ରୀଡାରେ ଭାରତୀୟ ହକିର ୧୮ ଜଣିଆ ଦଳରେ ଓଡ଼ିଶାର ଅମିତ ରୋହିଦାସ ସାମିଲ ହୋଇଛନ୍ତି ।

- ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲାରେ ମାଓ ଆକ୍ରମଣରେ ଓଡ଼ିଆ ସିଆରପିଏଫ ଯବାନ "ମନୋରଞ୍ଜନ ଲେଙ୍କା" ଶହୀଦ ହୋଇଛନ୍ତି ।

- "ଶିକ୍ଷା ସହାୟକ" ପଦବୀ ଏବେ ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ପଦବୀ - ଏହା ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ମାର୍ଚ୍ଚ ୧୪, ୨୦୧୮:
- ରାଜ୍ୟର ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନର ନାମ ଫଳକ ଗୁଡିକରେ ଓଡ଼ିଆ ଭାଷାର ବ୍ୟବହାର ବାଧ୍ୟତା ମୂଳକ କରିବାର ପ୍ରସ୍ତାବକୁ ମୋହର ଲଗାଇଛନ୍ତି ରାଜ୍ୟ କ୍ୟାବିନେଟ୍ ।

- ଭଦ୍ରକ ଜିଲ୍ଲାର ଏକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ପାଖାପାଖି ୫୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି ।

- ଏପ୍ରିଲ ୪ରେ ହେବାକୁ ଥିବା ଗୋଲ୍ଡ କୋଷ୍ଟ ୨୦୧୮, ୨୧ତମ କମନୱେଲଥ କ୍ରୀଡାରେ ଭାରତୀୟ ମହିଳା ହକିର ୧୮ ଜଣିଆ ଦଳରେ ଓଡ଼ିଶାର ଦୀପ ଗ୍ରେସ ଏକ୍କା, ନମିତା ଟୋପ୍ପୋ, ସୁନିତା ଲାକ୍ରା, ଲିଲିମା ମିଞ୍ଜ ସାମିଲ ହୋଇଛନ୍ତି ।

ମାର୍ଚ୍ଚ ୧୫, ୨୦୧୮:
- ବିଜୁ ଜନତା ଦଳର "ସୌମ୍ୟ ରଞ୍ଜନ ପଟ୍ଟନାୟକ", "ପ୍ରଶାନ୍ତ ନନ୍ଦ" ଓ "ଅଚ୍ୟୁତ ସାମନ୍ତ" ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି ।

ମାର୍ଚ୍ଚ ୧୬, ୨୦୧୮:
- ପୂର୍ବତନ ବି.ଜେ.ଡ଼ି. ନେତା 'ରଘୁନାଥ ମହାନ୍ତି' ପୁନର୍ବାର ଦଳକୁ ପ୍ରତ୍ୟାବର୍ତ୍ତନ କରି ଦଳର ସହ-ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ।

ମାର୍ଚ୍ଚ ୧୭, ୨୦୧୮:
- ଆମେରିକାର ମିନେସୋଟା ବିଶ୍ଵବିଦ୍ୟାଳୟର ଛାତ୍ରସଂଘର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ଓଡ଼ିଆ ଝିଅ 'ସିମ୍ରନ ମିଶ୍ର' ।

- ବୁଲଗାରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡ଼ିଆ ଝିଅ 'ଅର୍ପିତା ବେହେରା' ଜିତିଛନ୍ତି "ଲିଟିଲ୍ ମିସ୍ ଗାଲାକ୍ସି ୱାର୍ଲ୍ଡ ୨୦୧୮" ପଦକ ।

- ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୂତପୂର୍ବ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ପୈତୃକ ବାସଗୃହ "ଆନନ୍ଦ ଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର"ର ଉଦଘାଟନ କରିଛନ୍ତି ।

2 comments:

  1. Bahut badhia bhaina
    Epare kama karuthaa

    ReplyDelete
  2. ବହୁତ ବଢିଆ ପ୍ରୟାସ । ଓଡ଼ିଶାର ସାପ୍ତାହିକ ଖବର ଜାଣିବା ପାଇଁ ଏହା ଏକ ଉତ୍କୃଷ୍ଟ ମାଧ୍ୟମ । ପାଠଶାଳାର ଉନ୍ନତି ମୁଁ କାମନା କରୁଛି । ମୋର ଓଡ଼ିଶା ବାସିନ୍ଦାମାନେ ଏହାର ପୂରା ଲାଭ ଉଠାଇବେ ବୋଲି ଆଶା କରେ ।

    ReplyDelete