AHSC Exam 2018: MIL (Odia) - Part-I MCQ Answers Key (ଅତିସଂକ୍ଷିପ୍ତ ଉତ୍ତରମାଳା)
୧) ଝିଅ ଓ ନାତି ନାତୁଣୀଙ୍କୁ ରେଳଗାଡ଼ିରେ ବସାଇ ଦେବା ପାଇଁ ଜୟଦେବ ଷ୍ଟେସନକୁ ଯାଇଥିଲେ ?
ଉ: କେସିଙ୍ଗା
୨) ରାଜୀନତିର ଷଡଯନ୍ତ୍ରକୁ କ'ଣ ବୋଲି କୁହାଯାଇଛି ?
ଉ: ବ୍ରହ୍ମାସ୍ତ୍ର
୩) 'ଆପଣ କ'ଣ ଇତିହାସ ପୁରୁଷ ?'-ଏ କଥା କିଏ କହିଥିଲେ ?
ଉ: ଅଙ୍ଗଦ
୪) "କି ସୁଖ ଆଉ ରହିଲା ଜୀବନରେ ?" - ଏମିତି କିଏ ଭାବିଛନ୍ତି ?
ଉ: ନଟବର ବାବୁ
୫) ନରସିଂହ ଦେବ କେଉଁ ଦେବତାଙ୍କୁ ସ୍ଵୟଂ ନାରାୟଣ ବୋଲି କହିଛନ୍ତି ?
ଉ: ସୂର୍ଯ୍ୟ
୬) ଦୈତ୍ୟମାନେ କାହା ବଳରେ ବଳୀୟାନ୍ ହୋଇଥିଲେ ?
ଉ: ବ୍ରହ୍ମା
୭) ତୁମରି ପ୍ରସାଦରୁ ଦାନବ ଦଳନ ହେଲା ବୋଲି ତୁମର ନାମ ଦାନବଦଳିନୀ' - ଏକଥା ଇନ୍ଦ୍ରଦେବ କାହାକୁ କହିଥିଲେ ?
ଉ: ତିଲୋତ୍ତମାଙ୍କୁ
୮) ଶାମ୍ବ ସୂର୍ଯ୍ୟ ପୂଜା କରିଥିଲେ କାହିଁକି ?
ଉ: କୃଷ୍ଣବ୍ୟାଧିରୁ ମୁକ୍ତ ହେବା ପାଇଁ
୯) “ଦେଉଳର ଘନ କେନ୍ଦ୍ର ସହିତ ଦଧିନଉତି ଗୋଟିଏ ସରଳ ରେଖାରେ ରହି ପାରୁନି" - ଏକଥା କିଏ ଭାବିଥିଲା ?
ଉ: ଧରମା
୧୦) ମାଟି ମାଆ ଦେହ ଦୁଖ ପାଇଁ କ'ଣ ସାଇତି ରଖିଛି ?
ଉ: ଚେରମୂଳି
୧୧) ବରୁଣଙ୍କୁ ପ୍ରସନ୍ନ କରିବା ପାଇଁ ରାମଚନ୍ଦ୍ର କେଉଁ ଶଯ୍ୟାରେ ଶୟନ କରିଥିଲେ ?
ଉ: କୁଶ
୧୨) 'ବଡ଼ କୁଳେ ଜନମି ଶରଣେ କି ଜାରଣେ' - ଏହା କାହାର ଉକ୍ତି ?
ଉ: ରାବଣ
୧୩) "ବିଭୂତି ଭୂଷଣ” ବୋଲି କାହାକୁ ସମ୍ବୋଧନ କରାଯାଇଛି ?
ଉ: ରାଘବ
୧୪) “ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ' - ଏ କଥା କାହା ଉଦ୍ଦେଶ୍ୟରେ କୁହାଯାଇଛି ?
ଉ: କବିସୂର୍ଯ୍ୟ ବଳଦେବ ରଥ
୧୫) ହ୍ରଦର ଜଳ ମଧ୍ୟରେ କାହାର ପ୍ରତିବିମ୍ବ ଶୋଭାପାଉଛି ବୋଲି କବି ବର୍ଣ୍ଣନା କରିଛନ୍ତି ?
ଉ: ଦ୍ଵୀପ ମଧ୍ୟସ୍ଥ ପାହାଡ଼
୧୬) କବି କେଉଁମାନଙ୍କୁ ମଧୁରହାସିନୀ ବୋଲି କହିଛନ୍ତି ?
ଉ: ଦିଗଙ୍ଗନା
୧୭) ଛାୟା ଓ ଜ୍ୟୋସ୍ନା ମିଶ୍ରିତ ବନସ୍ଥଳୀର ଦୃଶ୍ୟକୁ କବି କାହା ସହିତ ତୁଳନା କରିଛନ୍ତି ?
ଉ: ସର୍ପ ଭୂଷିତ ଚନ୍ଦ୍ରଚୂଡ଼
୧୮) ଆଶ୍ରମର ଧାତ୍ରୀ ବୋଲି କବି କାହାକୁ କହିଛନ୍ତି ?
ଉ: ତମସା
୧୯) କବି କେଉଁଠାରେ ଆଲୋକର ଧାରା ଖେଳାଇବାକୁ କହିଛନ୍ତି ?
ଉ: ଲକ୍ଷ ଜୀବନରେ
୨୦) ଭାରତୀୟମାନେ ବୈଷୟିକ ଜଞ୍ଜାଳକୁ କାହାର ହେତୁ ବୋଲି ଭାବୁଥିଲେ ?
ଉ: ବିପଦର
୨୧) ସିକ୍ତ ଭୂମିର ସୁଗନ୍ଧ ଓ ବନ୍ୟ ୟୁଥିର ପରିମଳରେ କେଉଁ ପର୍ବ ଆରମ୍ଭ ହୁଏ ?
ଉ: ରଜ ପର୍ବ
୨୨) ମୈତ୍ରୀର ଧ୍ଵଜା କେତେବେଳେ ଉଡ଼ିବ ବୋଲି ପ୍ରବନ୍ଧରେ କୁହାଯାଇଛି ?
ଉ: ଯେତେବେଳେ ଆଧୁନିକ ସଭ୍ୟତାର ଆଦର୍ଶ ଜାଣିହେବ
୨୩) କେଉଁ ଭାଷା ଜନତାର ପ୍ରଥମ ପ୍ରଯୋଜନ ?
ଉ: ଆଞ୍ଚଳିକ ଭାଷା
୨୪) ଜ୍ଞାନୀ ପଣ୍ଡିତମାନଙ୍କ ସହିତ ବିବେକାନନ୍ଦ କେଉଁ ପ୍ରସଙ୍ଗରେ ଚର୍ଚ୍ଚା କରୁଥିଲେ ?
ଉ: ଦେଶର ଐତିହ୍ୟ ଓ ଶାସ୍ତ୍ର ପୁରାଣ
୨୫) ବିବେକାନନ୍ଦ କେଉଁମାନଙ୍କ ଆତିଥ୍ୟ ଗ୍ରହଣ କରିବାକୁ ଭଲ ପାଉଥିଲେ ?
ଉ: ଦଳିତ ନିଷ୍ପେଷିତ
୨୬) କେଉଁଟି ବ୍ୟାସକବି ଫକୀର ମୋହନ ସେନାପତିଙ୍କ ରଚନା ନୁହେଁ ?
ଉ: କେଦାରଗୌରୀ
୨୭) ବ୍ୟଙ୍ଗ କାବ୍ୟ “ଦରବାର’ର ରଚୟିତା କିଏ ?
ଉ: ରାଧାନାଥ ରାୟ
୨୮) "କନକଲତା" ଉପନ୍ୟାସର ରଚୟିତା କିଏ ?
ଉ: ନନ୍ଦ କିଶୋର ବଳ
୨୯) "ଓଡ଼ିଆ ଭାଷାର କଳା କୋଣାର୍କ" କାହାକୁ କୁହାଯାଏ ?
ଉ: ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ
୩୦) ବୁଢା ଦାଢି ରଖିଛି କାହିଁକି ବାପା ? - ଏପ୍ରଶ୍ନଟି କାହାର ?
ଉ: ମୁନ୍ନିର
୩୧) ଭିନ୍ନାର୍ଥବୋଧକ ଏକ ପ୍ରକାର ଶବ୍ଦର ବାରମ୍ବାର ଆବୃତ୍ତିକୁ କେଉଁ ଅଳଙ୍କାର କୁହାଯାଏ ?
ଉ: ଯମକ
୩୨) “କଳୁଷ-ପଙ୍କ ମୁହଁ କେଡ଼େ ମଳିନ, କେମନ୍ତେ ସରି ତୋର ହେବି ନଳିନ !' - ଏଠାରେ କେଉଁ ଅଳଙ୍କାର ପ୍ରଯୁକ୍ତ ?
ଉ: ରୂପକ
୩୩) "ଖଣ୍ଡ ଖଣ୍ଡ ଧଳାମେଘ ସୁନୀଳ ଅମ୍ବରେ, ଭାସଇ ବୋଇତ ଯଥା ନୀଳ ସମୁଦ୍ରରେ" - ଏଥିରେ କେଉଁଟି ଉପମା ବାଚକ ଶବ୍ଦ ?
ଉ: ଯଥା
୩୪) କେଉଁଟି ଶୁଦ୍ଧ ଶବ୍ଦ ?
ଉ: ଶିକ୍ଷୟିତ୍ରୀ
୩୫) ନିମ୍ନୋକ୍ତ ମଧ୍ୟରୁ କେଉଁଟି ଠିକ୍ ?
ଉ: ଗିରୀଶ
୩୬) ବାକ୍ୟରେ ଗୋଟିଏ ପଦ ଅନ୍ୟ ପଦଗୁଡ଼ିକର ଅର୍ଥବୋଧକତା ପାଇଁ ଅପେକ୍ଷା କଲେ, ତାହାକୁ କଣ କୁହାଯାଏ ?
ଉ: ଆକାଂକ୍ଷା
୩୭) ଉପଯୁକ୍ତ ଅର୍ଥବୋଧକ ପଦ ସଂହତିର ଉପଯୁକ୍ତ ସମାହାରକୁ କ'ଣ କୁହାଯାଏ ?
ଉ: ବାକ୍ୟ
୩୮) ଦୁଇ ବା ତତୋଧିକ ପରସ୍ପର ସାପେକ୍ଷ ଖଣ୍ଡବାକ୍ୟର ସମନ୍ବୟରେ ଯେଉଁ ବାକ୍ୟ ଗଠିତ ହୁଏ, ତା’କୁ କି ବାକ୍ୟ କହନ୍ତି ?
ଉ: ଜଟିଳ
୩୯) ପିଲାଟା କେଡ଼େ ଦୁଷ୍ଟ ! -ଏହା କି ପ୍ରକାର ବାକ୍ୟ ?
ଉ: ବିସ୍ମୟ ସୂଚକ
୪୦) ରାଧାଶ୍ୟାମ ଭଲ ଭାଷଣ ଦେଇପାରନ୍ତି । -ବାକ୍ୟଟି କେଉଁ ବାକ୍ୟରେ ଲିଖିତ ?
ଉ: କର୍ତ୍ତୃବାଚ୍ୟ
୪୧) ଜାଣିବାକୁ ଇଚ୍ଛା କରୁଥିବା ଛାତ୍ର ବିଦ୍ୟାଲାଭ କରିବ । - ରେଖାଙ୍କିତ ପଦକୁ ସଂକ୍ଷେପ କଲେ କ'ଣ ହେବ ?
ଉ: ଜିଜ୍ଞାସୁ
୪୨) ପଦ ମଧ୍ୟରେ "ନ" ସ୍ଥାନରେ "ଣ" ହେବାକୁ କ'ଣ କୁହାଯାଏ ?
ଉ: ଣତ୍ତ୍ଵବିଧି
୪୩) 'ଅହି ନକୁଳ ସମ୍ପର୍କ' -ଏହା କି ପ୍ରକାର ରୂଢି ?
ଉ: କ୍ରିୟାହୀନ
୪୪) "ବହୁ ଅବାନ୍ତର କଥା କହିବା" - ଅର୍ଥ ପ୍ରକାଶ କରୁଥିବା ରୂଢ଼ିଟିକୁ ଚିହ୍ନାଅ ।
ଉ: କୁହାମୁଣ୍ଡା କପିଳା
୪୫) 'କଳା କାଠ ପଡ଼ିଯିବା' - ଏ ରୂଢିଟିର ଅର୍ଥ କ'ଣ ?
ଉ: ମଳିନ ପଡ଼ିଯିବା
୪୬) 'ଇଚ୍ଛା ଅନୁସାରେ ସୁବିଧା ମିଳିବା' - ଏହି ଅର୍ଥ ପ୍ରକାଶ କରୁଥିବା ରୂଢ଼ିଟି କ'ଣ ?
ଉ: ବିରାଡ଼ି କପାଳକୁ ଶିକା ଛିଣ୍ଡିବା
୪୭) 'ଅଣ୍ଟି ଛୁରୀ ତଣ୍ଟି କାଟେ' -ଏହି ଲୋକବାଣୀଟିର ଅର୍ଥ କ'ଣ ?
ଉ: ଆତ୍ମୀୟଲୋକ ଶତ୍ରୁତା ଆଚରଣ କରିବା
୪୮) 'ସାଧନା ହିଁ ସିଦ୍ଧିର ଜନକ'- ଏହି ଅର୍ଥ ବୁଝାଉଥିବା ଲୋକବାଣୀଟି କ’ଣ ?
ଉ: କଷ୍ଟକଲେ କୃଷ୍ଣ ମିଳେ
୪୯) ରାମକେରୀ ଛନ୍ଦରେ ଗୋଟିଏ ପାଦରେ କେତୋଟି ଅକ୍ଷର ଥାଏ ?
ଉ: ଷୋହଳ
୫୦) ଶଙ୍କରାଭରଣ ଛନ୍ଦରେ କେତୋଟି ପାଦ ଥାଏ ?
ଉ: ଚାରି
No comments:
Post a Comment