Recent Posts

"ଫୁଲ (ପଦ୍ୟ)" - ୫ମ ସାହିତ୍ୟ (୫ମ ଅଧ୍ୟାୟ) - ବିଷୟ, ଶବ୍ଦାର୍ଥ ଓ ଉତ୍ତରମାଳା

February 2, 2018
Class 1 to 10 All School eText Book, 80s-90s Old School Books, College Text Books, 250+ Janhamamu Magazine, Nijukti Khabar, Sishulekha Magazines Now Available on our new "Odia Pathagara" App.
Please Install from Playstore. Click the button to Install for Free!
Download (APP)
"ଫୁଲ (ପଦ୍ୟ)" - ୫ମ ସାହିତ୍ୟ (୫ମ ଅଧ୍ୟାୟ) - ବିଷୟ, ଶବ୍ଦାର୍ଥ ଓ ଉତ୍ତରମାଳା, Phula by pandit mrutynjaya rath, opepa odia book 5th class, online odia books

୫ମ ସାହିତ୍ୟ (୫ମ ଅଧ୍ୟାୟ)
ଫୁଲ (ପଦ୍ୟ)
ରଚନା: ପଣ୍ଡିତ ମୃତ୍ୟୁଞ୍ଜୟ ରଥ
ମୋ ବାସ ଗଛରେ ଲଟାବୁଦାରେ
ଶାଗ ଶିଉଳିରେ ଘାସ ହୁଡ଼ାରେ ।

ମୁଁ ଥାଏ ପର୍ବତେ ଜଳ ସ୍ଥଳରେ
ବନେ ଉପବନେ କୂଳ କନ୍ଦରେ ।

ମୁଁ ଥାଏ କୁଞ୍ଜରେ ମନ୍ଦିର ପାଶେ
ସଞ୍ଜ ସକାଳରେ ମୁଁ ଫୁଟି ବାସେ ।

ମୋ ରୁପ ସୁନ୍ଦର କେତେ ନିର୍ମଳ
ପତର ଉପରେ ଦିଶେ ସୁଢ଼ଳ ।

କି ଯୁବା ବାଳକ ଅବା ସ୍ଥବିର ।
ମୋତେ ଦେଖିଲେଟି ହୋନ୍ତି ଅଧୀର ।

ମୋତେ କେ ଗଳାରେ କେବା ମୁଣ୍ଡରେ
ଥୁଅନ୍ତି, ନ ଦଳି କେହି ପୟରେ ।

ମୋ ବାସ ଚୌଦିଗେ ଯାଏ ଚହଟି
ପବନ ମହକି ଥାଏ ଜାଣଟି ?

ବଣା ହୋଇ ଧାଇଁ ଆସେ ଭଅଁର
ଆଦରନ୍ତି ପଶୁପକ୍ଷୀ ସକଳ ।

ମୋ କାନ୍ତି ଦେଖିଲେ ଯୋଗୀଙ୍କ ଶାନ୍ତି
ମୋ ଦେହେ ଦେବତା ସେ ଦେଖୁଥାନ୍ତି ।

ପୂଜା ଲାଗି ମୁହିଁ ଯାଏ ବିଧିରେ
କେଉଁ ଦେବତାର ନ ବସେ ଶିରେ !

ମୋହ ଯୋଗୁଁ ପଟ ଯାଏ ନିସ୍ତରି
କୀଟ ବସେ ପୁଣି ଶିରେ ସବୁରି ।
କବି ପରିଚୟ
ପଣ୍ଡିତ ମୃତ୍ୟୁଞ୍ଜୟ ରଥ ୧୮୮୨ ମସିହା ମଇ ମାସ ୧୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସ୍ଵଚ୍ଛ ଜୀବନ କାଳ ମଧ୍ୟରେ 'ବିକ୍ରମୋର୍ବଶୀ', 'ମୁଦ୍ରାରାକ୍ଷସ', 'ମୃଚ୍ଛକଟିକ', 'ବେଣୀସଂହାର' ଇତ୍ୟାଦି ସଂସ୍କୃତ ନାଟକକୁ ଓଡ଼ିଆରେ ଏବଂ 'ଅଭୁତ ପରିଣାମ' ଉପନ୍ୟାସ ଓ 'କର୍ମଯୋଗୀ ଗୌରୀଶଙ୍କର', 'ଶାରଳା ଚରିତ', 'ସରଳ ଓଡ଼ିଆ ଅଭିଧାନ', 'ସୁଖବୋଧ ବ୍ୟାକରଣ' ଇତ୍ୟାଦି ପୁସ୍ତକ ରଚନା କରି ଓଡ଼ିଆ ସାହିତ୍ୟକୁ ପରିପୁଷ୍ଟ କରିଛନ୍ତି ।

No comments:

Post a Comment