Recent Posts

ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ: "ଚମ୍ପାରନ୍ ଆନ୍ଦୋଳନ" (୧୦ମ ଇତିହାସ, ପ୍ରଥମ ଅଧ୍ୟାୟ)

February 3, 2018
Class 1 to 10 All School eText Book, 80s-90s Old School Books, College Text Books, 250+ Janhamamu Magazine, Nijukti Khabar, Sishulekha Magazines Now Available on our new "Odia Pathagara" App.
Please Install from Playstore. Click the button to Install for Free!
Download (APP)
ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ: "ଚମ୍ପାରନ୍ ଆନ୍ଦୋଳନ", Mahatma Gandhi, Bihar's Champaran, Champaran Satyagrah,

                ଭାରତରେ ଗାନ୍ଧିଜୀଙ୍କ ଦ୍ୱାରା ସଂଗଠିତ ପ୍ରଥମ ଆନ୍ଦୋଳନ ଥିଲା ‘ଚମ୍ପାରନ୍ ଆନ୍ଦୋଳନ’ । ବିହାରର ଚମ୍ପାରନ୍ ଜିଲ୍ଲାରେ ଚାଷୀମାନଙ୍କୁ ଜମିର କୋଡ଼ିଏ ଭାଗରୁ ତିନିଭାଗ ଅଞ୍ଚଳରେ ନୀଳ ଉତ୍ପାଦନ କରିବା ପାଇଁ ଇଂରେଜ ବୃକ୍ଷ ରୋପଣକାରୀମାନଙ୍କ ଦ୍ୱାରା ବାଧ୍ୟ କରାଯାଇ ସେମାନଙ୍କ ଦ୍ୱାରା ନିର୍ଦ୍ଧାରିତ ଦରରେ ତାଙ୍କୁ ବିକ୍ରୟ କରିବାକୁ ପଡୁଥିଲା । ଏହାକୁ ତିନିକାଠିଆ ବ୍ୟବସ୍ଥା କୁହା ଯାଉଥିଲା । ପରବର୍ତ୍ତୀ ସମୟରେ ନୀଳର ଚାହିଦା ହ୍ରାସ ପାଇବାରୁ ଚାଷୀମାନଙ୍କୁ ନୀଳ ଚାଷ ବାଧ୍ୟତାମୂଳକ ନକରିବା ପାଇଁ ଜମିର ଭଡ଼ା ବୃଦ୍ଧି କରାଗଲା ଓ ଅନେକ ବେଆଇନ ଟିକସ ଆଦାୟ କରାଗଲା ।

               ଏହା ବିରୋଧରେ ପ୍ରତିବାଦ କରୁଥିବା ଚାଷୀମାନେ ବିଭିନ୍ନ ପ୍ରକାର ଅତ୍ୟାଚାର ଓ ଶୋଷଣର ଶିକାର ହେଲେ । ରାଜକୁମାର ଶୁକ୍ଳ ନାମକ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ନିମନ୍ତ୍ରଣ କ୍ରମେ ଚାଷୀମାନଙ୍କ ସମସ୍ୟାର ଅନୁଧ୍ୟାନ ପାଇଁ ଗାନ୍ଧିଜୀ ୧୯୧୭ ଏପ୍ରିଲରେ ଚମ୍ପାରନ୍ ଜିଲ୍ଲାର ସଦର ମହକୁମା ମୋତିହାରିରେ ପହଞ୍ଚିଲେ । ଜିଲ୍ଲା ଅଧିକାରୀ ଗାନ୍ଧିଜୀ ଓ ତାଙ୍କ ସହିତ ଯାଇଥିବା ରାଜେନ୍ଦ୍ର ପ୍ରସାଦ, ମୁଜାହର ଉଲ୍ ହକ୍, ମହାଦେବ ଦେଶାଇ, ନରହରି ପାରିଖ୍ ଓ ଜେ.ବି. କୃପାଳିନୀଙ୍କୁ ତୁରନ୍ତ ଉକ୍ତ ଜିଲ୍ଲା ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଲେ । ଗାନ୍ଧିଜୀ ଏହି ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରି ସେଥିପାଇଁ ଯେ କୌଣସି ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ବୋଲି ଘୋଷଣା କଲେ । ଅହିଂସ ଉପାୟରେ ଅନ୍ୟାୟମୂଳକ ଆଇନ୍ ଅମାନ୍ୟ କରିବା ସେତେବେଳେ ଭାରତରେ ଏକ ନୂତନ ପ୍ରକାର ଆନ୍ଦୋଳନ ପଦ୍ଧତି ଭାବେ ଉଭା ହେଲା । ଶେଷରେ ସରକାର ଗାନ୍ଧିଜୀଙ୍କୁ ଚମ୍ପାରନ୍ ଚାଷୀମାନଙ୍କ ସମସ୍ୟାଗୁଡ଼ିକୁ ଅନୁଧ୍ୟାନ କରିବା ପାଇଁ ଅନୁମତି ଦେଲେ ଏବଂ ଏହି ବିଷୟରେ ସରକାରଙ୍କ ଦ୍ୱାରା ଗଠିତ କମିଟିରେ ଗାନ୍ଧିଜୀଙ୍କୁ ଏକ ସଦସ୍ୟ ଭାବେ ଅନ୍ତର୍ଭୁକ୍ତ କଲେ ।

               ଗାନ୍ଧିଜୀ ନିଜେ ଅନୁସନ୍ଧାନ କରି ଚାଷୀମାନଙ୍କୁ ଇଂରେଜ ମାଲିକଙ୍କ ଶୋଷଣରୁ ରକ୍ଷା କରିବା ନିମନ୍ତେ ଆନ୍ଦୋଳନ କରି ସଫଳ ହେଲେ । ତିନିକାଠିଆ ବ୍ୟବସ୍ଥା ଉଚ୍ଛେଦ ହେଲା ଏବଂ ଇଂରେଜ ମାଲିକଙ୍କ ଦ୍ୱାରା ବେଆଇନ ଭାବେ ଆଦାୟ କରାଯାଇଥିବା ଅର୍ଥର ଶତକଡ଼ା ପଚିଶ ଭାଗ ଚାଷୀମାନଙ୍କୁ ଫେରାଇ ଦିଆଗଲା । ଏକ ବର୍ଷ ମଧ୍ୟରେ ଇଂରେଜ ବୃକ୍ଷରୋପଣକାରୀମାନେ ସେହି ଅଞ୍ଚଳ ଛାଡ଼ି ଚାଲିଯାଇଥିଲେ । ଚମ୍ପାରନ୍ ଆନ୍ଦୋଳନ ଗାନ୍ଧିଜୀଙ୍କ ନେତୃତ୍ୱରେ ଭାରତର ପ୍ରଥମ ସଫଳ ଅହିଂସା ଆନ୍ଦୋଳନ ଥିଲା ।

No comments:

Post a Comment