Recent Posts

ଓଡ଼ିଶାର ସାମୟିକ ଘଟଣାବଳୀ (Current Affairs) - Mar 18 - Mar 24, 2018 - ପଢନ୍ତୁ ଓଡ଼ିଆରେ

March 24, 2018
Class 1 to 10 All School eText Book, 80s-90s Old School Books, College Text Books, 250+ Janhamamu Magazine, Nijukti Khabar, Sishulekha Magazines Now Available on our new "Odia Pathagara" App.
Please Install from Playstore. Click the button to Install for Free!
Download (APP)
ଓଡ଼ିଶାର ସାମୟିକ ଘଟଣାବଳୀ (Current Affairs) - Mar 18 - Mar 24, 2018 - ପଢନ୍ତୁ ଓଡ଼ିଆରେ
ନିମ୍ନରେ ଓଡ଼ିଶାର କେତେକ ସାମୟିକ ଘଟଣାବଳୀ ଦିଆଯାଇଛି । ଏହି ଗୁଡିକ ଆପଣଙ୍କ ସହାୟତାରେ ଆସିବ ବୋଲି ଆଶା । ଏହାର ଇଂରାଜୀ ସ୍ୱରୂପ ପଢିବା ପାଇଁ ନିମ୍ନରେ ଦିଆଯାଇଥିବା ବଟନ୍ ଉପରେ କ୍ଲିକ୍ କରନ୍ତୁ । 
ଓଡ଼ିଶାର ସାମୟିକ ଘଟଣାବଳୀ (Current Affairs) - Mar 18 - Mar 24, 2018

ମାର୍ଚ୍ଚ ୧୮, ୨୦୧୮:
- ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ, ପୁରୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଜଗନ୍ନାଥଙ୍କ ନବକଳେବର ସମ୍ବନ୍ଧୀୟ ୧୦ ଓ ୧୦୦୦ ଟଙ୍କିଆ ମୁଦ୍ରା ଡିଜାଇନ ଉନ୍ମୋଚନ କରିଛନ୍ତି ।

- ଓଡ଼ିଶାର "ଜ୍ୟୋତିରଞ୍ଜନ ବାରିକ" ଗେଟ୍ ୨୦୧୮ ପରୀକ୍ଷାରେ ଏଗ୍ରୀକଲଚର ଇଞ୍ଜିନିୟରିଂରେ ସର୍ବାଧିକ ୯୫୯ ମାର୍କ ରଖି ସର୍ବଭାରତୀୟ ସ୍ତରରେ ୧ନମ୍ବର ହୋଇଛନ୍ତି ।

ମାର୍ଚ୍ଚ ୧୯, ୨୦୧୮:
- ଓଡ଼ିଶା ଲଘୁଶସ୍ୟ ମିଶନ୍ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ୧୦୦କୋଟିର ବ୍ୟୟବରାଦ ଘୋଷଣା କରିଛନ୍ତି ।

ମାର୍ଚ୍ଚ ୨୦, ୨୦୧୮:
- ଓଡ଼ିଶାର ପ୍ରଭାକର ମହାରଣା ଓ ଗୋବର୍ଦ୍ଧନ ପାନିକା ସମ୍ମାନଜନକ "ପଦ୍ମଶ୍ରୀ" ସମ୍ମାନରେ ଭୂଷିତ ହୋଇଛନ୍ତି ।

ମାର୍ଚ୍ଚ ୨୧, ୨୦୧୮:
- ରାଜ୍ୟର ୪୫ତମ "ରାଜ୍ୟପାଳ" ଭାବେ ବିହାରର ବର୍ତ୍ତମାନର ରାଜ୍ୟପାଳ ଶ୍ରୀ ସତ୍ୟପାଳ ମଲିକ ଶପଥ ଗ୍ରହଣ କରିଛନ୍ତି ।

- "ଆମ ଗାଁ ଆମ ବିକାଶ" କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୪ଗୋଟି ଜିଲ୍ଲାରେ ୨୨ଟି ପ୍ରକଳ୍ପ ପାଇଁ ୧.୧୬କୋଟିର ବ୍ୟୟବରାଦ କରିଛନ୍ତି ।

- ଭୁବନେଶ୍ଵର ସ୍ମାର୍ଟ ସିଟି ଲିମିଟେଡ୍ ବହୁ ଅପେକ୍ଷିତ ଏଡେପ୍ଟିଭ ଟ୍ରାଫିକ୍ ସିଗନାଲ୍ କଣ୍ଟ୍ରୋଲ (ଏଟିଏସସି) ଭଳି ଏକ ନୂତନ ଯନ୍ତ୍ରକୌଶଳକୁ ସହରର ବିଭିନ୍ନ ସ୍ଥାନରେ ଖଞ୍ଜିଛନ୍ତି ।

- ୟୁନିଭରସିଟି ଗ୍ରାଣ୍ଟ କମିସନ୍ (ୟୁଜିସି) ଓଡ଼ିଶାର ୪ଗୋଟି ଶିକ୍ଷାଅନୁଷ୍ଠାନକୁ ସ୍ଵୟଂଚାଳିତ ବା ଅଟୋନମସ୍ ମାନ୍ୟତା ପ୍ରଦାନ କରିଛନ୍ତି । ସେଗୁଡିକ ହେଲା -
୧) ଉତ୍କଳ ବିଶ୍ଵବିଦ୍ୟାଳୟ, ଭୁବନେଶ୍ଵର
୨) ଜାତୀୟ ଆଇନ ବିଶ୍ଵବିଦ୍ୟାଳୟ, କଟକ,
୩) କିଟ୍, ଭୁବନେଶ୍ଵର ଓ
୪) ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ, ଭୁବନେଶ୍ଵର ।

ମାର୍ଚ୍ଚ ୨୨, ୨୦୧୮:
- ଓଡ଼ିଶା ଯୁବ ଓକିଲ ଧନଞ୍ଜୟ ମିଶ୍ର ସୁପ୍ରିମକୋର୍ଟ ଆଡଭୋକେଟ ଅନ୍ ରେକର୍ଡ (ଏଓଆର) ପରୀକ୍ଷାରେ ୧ନମ୍ବର ହୋଇଛନ୍ତି ।

- ମୁଖ୍ୟମନ୍ତ୍ରୀ, ପୋଖରୀପୁଟ୍ ଠାରେ ଓଡ଼ିଶା କ୍ରାଫ୍ଟ ମ୍ୟୁଜିୟମ "କଳାଭୂମୀ"ର ଉନ୍ମୋଚନ କରିଛନ୍ତି ।

- କଳିଙ୍ଗନଗରର ୨୦ବର୍ଷୀୟ ଝିଅ "ସ୍ଵର୍ଣ୍ଣଲତା ଦଳାଇ" "ମିସନ୍ ଏଭେରେଷ୍ଟ - ୨୦୧୮"ରେ ସାମିଲ ହୋଇ ଖୁବଶୀଘ୍ର ଏଭେରେଷ୍ଟ ପର୍ବତ ଚଢିବେ ।

- ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ "ଆଶା" କର୍ମକର୍ତ୍ତାଙ୍କୁ ମାସିକ ନିଶ୍ଚିତ ୨୦୦୦ ଟଙ୍କା ପରିତୋଷିକ ପ୍ରଦାନ କରାଯିବ ।

ମାର୍ଚ୍ଚ ୨୩, ୨୦୧୮:
- ରାଜ୍ୟରେ ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରକୁ ଦୃଢ କରିବା ପାଇଁ ବ୍ରିଟିଶ କାଉନ୍ସିଲ ସହ ଓଡ଼ିଶା ସରକାରଙ୍କର ଏକ ଚୁକ୍ତି ସ୍ଵାକ୍ଷର କରାଯାଇଛି ।

- ଅର୍ଥମନ୍ତ୍ରୀ ୧,୨୦,୦୨୮ ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ।  [ସବିଶେଷ ବିବରଣୀ ପାଇଁ ଏଠାରେ କ୍ଲିକ୍ କରନ୍ତୁ]

ମାର୍ଚ୍ଚ ୨୪, ୨୦୧୮:
- ଭୁବନେଶ୍ଵର ଝିଅ "ସୃତିକ୍ଷା ନାୟକ" "ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା - ୨୦୧୮" ସମ୍ମାନରେ ଭୂଷିତ ହୋଇଛନ୍ତି ।

No comments:

Post a Comment