Recent Posts

ଓଡ଼ିଆ ରଚନା/ପ୍ରବନ୍ଧ: "ଜନସଂଖ୍ୟା ବିସ୍ଫୋରଣ ଓ ପ୍ରତିକାର" (Population Growth) - ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କ ପାଇଁ

August 14, 2018
Class 1 to 10 All School eText Book, 80s-90s Old School Books, College Text Books, 250+ Janhamamu Magazine, Nijukti Khabar, Sishulekha Magazines Now Available on our new "Odia Pathagara" App.
Please Install from Playstore. Click the button to Install for Free!
Download (APP)
ଓଡ଼ିଆ ରଚନା/ପ୍ରବନ୍ଧ: "ଜନସଂଖ୍ୟା ବିସ୍ଫୋରଣ ଓ ପ୍ରତିକାର" (Population Growth) - ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କ ପାଇଁ, Population Growth and its solution odia essay in odia text pdf download available.
ଜନସଂଖ୍ୟା ବିସ୍ଫୋରଣ
ଉପକ୍ରମ :
                    'ବିସ୍ଫୋରଣ' କହିଲେ ଆମେ ସାଧାରଣତଃ ବୋମା ବିସ୍ଫୋରଣକୁ ବୁଝିଥାଉ । ବୋମା ବିସ୍ଫୋରଣଦ୍ୱାରା ନିକଟସ୍ଥ ବହୁ ବ୍ୟକ୍ତିଙ୍କର ମୃତ୍ୟୁ ଘଟେ । ଜନସଂଖ୍ୟାର ବହୁଳ ବୃଦ୍ଧିକୁ ଏବେ ‘ଜନସଂଖ୍ୟା ବିସ୍ଫୋରଣ’ ବୋଲି ଆଖ୍ୟା ଦିଆଯାଇଅଛି । କାରଣ ବୋମା ବିସ୍ଫୋରଣ ଫଳରେ ଯେପରି ନିକଟସ୍ଥ ବହୁ ବ୍ୟକ୍ତିଙ୍କର ମୃତ୍ୟୁ ଘଟେ, ଜନସଂଖ୍ୟା ବିସ୍ଫୋରଣ ଅର୍ଥାତ୍ ଜନସଂଖ୍ୟାର ବହୁଳ ବୃଦ୍ଧି ଫଳରେ ଦେଶ ଭିତରେ ବହୁ ବ୍ୟକ୍ତିଙ୍କର ମୃତ୍ୟୁ ଘଟେ ।

ଏ ବିସ୍ଫୋରଣ କିପରି ଘଟେ :
              ଅର୍ଥନୀତିଜ୍ଞ ମାଲଥୁସ୍ ଯେଉଁ ତତ୍ତ୍ବ ଆବିଷ୍କାର କରିଛନ୍ତି, ସେଥିରୁ ଜଣାଯାଏ ଜନସଂଖ୍ୟା ଜ୍ୟାମିତିକ ଅଗ୍ରଗତି (Geometrical progression) ରେ ବଢ଼ି ଚାଲେ । ଯଥା – ୧, ୨, ୪, ୮, ୧୬, ୩୨ ଇତ୍ୟାଦି ଭାବରେ । କିନ୍ତୁ ଖାଦ୍ୟ ଉତ୍ପାଦନ ଗାଣିତିକ ଅଗ୍ରଗତି (Arithmetical progression) ରେ ବଢ଼ିଥାଏ । ଯଥା – ୧, ୨, ୩, ୪, ୫ ଇତ୍ୟାଦି ଭାବରେ । ତେଣୁ ଜନସଂଖ୍ୟା ବୃଦ୍ଧି ତୁଳନାରେ ଖାଦ୍ୟ ଉତ୍ପାଦନ ବୃଦ୍ଧି, ବହୁତ ପଛରେ ପଡ଼ିଯାଏ । ଫଳରେ ଦେଶ ମଧ୍ୟରେ ଉତ୍କଟ ଖାଦ୍ୟସଂକଟ ଦେଖାଦିଏ । ଖାଦ୍ୟାଭାବ ହେତୁ ବହୁତ ଲୋକ ମୃତ୍ୟୁମୁଖରେ ପଡ଼ନ୍ତି । ଖାଇବାକୁ ନ ପାଇ ଭୋକ ଉପାସରେ ଛଟପଟ ହୋଇ ବହୁ ଲୋକଙ୍କର ମୃତ୍ୟୁ ଘଟେ । ପୁଣି ଅଳ୍ପ ଖାଦ୍ୟଜନିତ ପୁଷ୍ଟିହୀନତା ହେତୁ ରୋଗବ୍ୟାଧିରେ ପଡ଼ି ବହୁତ ଲୋକ ମରିଯା'ନ୍ତି । କେବଳ ସେତିକି ନୁହେଁ, ଉବୃତ୍ତ ଜନମାନଙ୍କ ପାଇଁ ଗାଡ଼ି ମଟରରେ ସ୍ଥାନ ମିଳେ ନାହିଁ। ସିନେମା ହଲରେ ଆସନ ମିଳେ ନାହିଁ । ସ୍କୁଲ କଲେଜ୍‌ରେ ସ୍ଥାନ ମିଳେ ନାହିଁ । ସେମାନେ ଅଲୋଡ଼ା ମଣିଷରୂପେ ବ୍ୟବହୃତ ହୁଅନ୍ତି । ସରକାର ସେମାନଙ୍କର କୌଣସି ଦାୟିତ୍ବ ନିଅନ୍ତି ନାହିଁ । ତେଣୁ ସେମାନେ ମାନସିକ ବେଦନାରେ ଦଗ୍ଧ ହୋଇ ମୃତ୍ୟୁ ମୁଖରେ ପଡ଼ନ୍ତି । ପରିବାରରେ ବହୁସନ୍ତାନ ହେତୁ ସେମାନଙ୍କର ଯତ୍ନନେବା ସମ୍ଭବ ହୁଏ ନାହିଁ । ତେଣୁ ଯତ୍ନ ଅଭାବରୁ ସେମାନେ ଅକାଳରେ ମୃତ୍ୟୁମୁଖରେ ପଡ଼ନ୍ତି ।

ପ୍ରତିକାର :
                 ଜନସଂଖ୍ୟା ନିୟନ୍ତ୍ରଣଦ୍ୱାରା ହିଁ ଜନସଂଖ୍ୟା ବୃଦ୍ଧି ବା ଜନସଂଖ୍ୟା ବିସ୍ଫୋରଣକୁ ରୋକାଯାଇପାରିବ। ଅବଶ୍ୟ ବନ୍ୟା, ବାତ୍ୟା,  ଭୂମିକମ୍ପ ଆଦି ପ୍ରାକୃତିକ ବିତ୍ପାତରେ ବହୁ ଲୋକଙ୍କର ମୃତ୍ୟୁ ଘଟି ଜନସଂଖ୍ୟା ନିୟନ୍ତ୍ରିତ ହୁଏ । ସମର ଓ ମହାସମର ଇତ୍ୟାଦି ଫଳରେ ମୃତ୍ୟୁ ଘଟି ଜନସଂଖ୍ୟା ନିୟନ୍ତ୍ରିତ ହୁଏ । ଦୁର୍ଭିକ୍ଷ ଓ ମହାମାରୀ ଆଦି ସଂକ୍ରାମକ ବ୍ୟାଧି ଫଳରେ ବହୁ ଲୋକଙ୍କର ମୃତ୍ୟୁ ଘଟି ଜନସଂଖ୍ୟା ନିୟନ୍ତ୍ରିତ ହୁଏ । କିନ୍ତୁ ଜନସଂଖ୍ୟା ପ୍ରଧାନତଃ ଜନସଂଖ୍ୟା ଉପରେ ନିର୍ଭର କରେ । ଜନ୍ମସଂଖ୍ୟା କମିଲେ ଜନସଂଖ୍ୟା କମିବ । ତେଣୁ ଜନସଂଖ୍ୟା ବୃଦ୍ଧିକୁ ରହିତ କରିବା ପାଇଁ ଜନ୍ମନିୟନ୍ତ୍ରଣ ଆବଶ୍ୟକ।

            ପରିବାର ସ୍ତରରେ ଜନ୍ମଜାତକ ସଂଘଟିତ ହୁଏ । ପତିପତ୍ନୀଙ୍କ ପାରସ୍ପରିକ ସଂଯୋଗରୁ ସନ୍ତାନ ଜାତ ହୁଏ । ଏହି ସଂଯୋଗକୁ ରହିତ କଲେ ସନ୍ତାନ ଜାତ ସମ୍ଭବ ହୁଏ ନାହିଁ । ତେଣୁ ଜନସଂଖ୍ୟାର ବୃଦ୍ଧି ଘଟେ ନାହିଁ । ତେବେ ଜନ୍ମଜାତକକୁ ସଂପୂର୍ଣ୍ଣ ରହିତ କରିଦେଲେ ଜନସଂଖ୍ୟା ହ୍ରାସ ହୋଇ କ୍ରମେ ଆବଶ୍ୟକ ସଂଖ୍ୟାରୁ କମ୍ ହୋଇଯାଏ । ଏହା ମଧ୍ୟ ଏକ ବିପଜ୍ଜନକ ସମସ୍ୟାରୂପେ ଦଣ୍ଡାୟମାନ ହୁଏ । ତେଣୁ ପ୍ରତ୍ୟେକ ଦମ୍ପତି ପୁଅ ହେଉ ବା ଝିଅ ହେଉ ଗୋଟିଏ ସନ୍ତାନରୁ ଅଧକ ଜାତ କରିବା ଉଚିତ ନୁହେଁ । ଏଥିପାଇଁ ଆବଶ୍ୟକ ସଂଯମ ବା ବ୍ରହ୍ମଚର୍ଯ୍ୟ । ପତିପତ୍ନୀ ଗୋଟିଏ ସନ୍ତାନର ଜନ୍ମ ପରେ ସଂଯମ ବା ବ୍ରହ୍ମଚର୍ଯ୍ୟ ପାଳନ କଲେ ଆଉ ସନ୍ତାନ ଜାତ ହେବାର ଭୟ ରହେ ନାହିଁ  । ବହୁ ସନ୍ତାନ ଜାତ ହୋଇ ଜନସଂଖ୍ୟା ବିସ୍ଫୋରଣ ଘଟେ । ବ୍ରହ୍ମଚର୍ଯ୍ୟ ଭଳି ପ୍ରାକୃତିକ ପନ୍ଥାରେ ଜନ୍ମନିୟନ୍ତ୍ରଣ ସମ୍ଭବ ହେବାର ଆଶା ନ ଦେଖି ଚିନ୍ତାଶୀଳ ବୈଜ୍ଞାନିକମାନେ ଚିନ୍ତାକରି ଏପରି ଉପାୟ ଉଭାବନ କରିଛନ୍ତି ଯେ ତଦ୍ବାରା ପତିପତ୍ନୀଙ୍କ ମଧ୍ୟରେ ସମ୍ଭୋଗରେ ବାଧା ନ ଉପୁଜି ଜନ୍ମନିୟନ୍ତ୍ରଣ କରାଯାଇ ପାରିବ । ଏହି ଉପାୟ ଏକ କୃତ୍ରିମ ଉପାୟ । ଏହି ଉପାୟ ହେଉଛି ପତି ଓ ପତ୍ନୀ ମଧ୍ୟରୁ କେହି ଜଣେ ଅସ୍ତ୍ରୋପଚାର କରାଇବ । ହୁଏତ ପତି ନିଜେ ଅସ୍ତ୍ରୋପଚାର କରାଇବ, ନଚେତ୍ ପତ୍ନୀର ଅସ୍ତ୍ରୋପଚାର କରାଇବ। ଏହିଭଳି ଅସ୍ତ୍ରୋପଚାର ପରେ ଆଉ ସନ୍ତାନ ଜନ୍ମର ଭୟ ରହିବ ନାହିଁ ଏବଂ ପତିପତ୍ନୀଙ୍କର ବୈବାହିକ ସମ୍ପର୍କ ପୂର୍ବପରି ଅତୁଟ ରହିବ । ଝିଅ ହେଉ ବା ପୁଅ ହେଉ ଗୋଟିଏ ସନ୍ତାନର ଜନ୍ମ ପରେ ଏହିଭଳି ଅସ୍ତ୍ରୋପଚାର କରେଇ ନେବାକୁ ହେବ । ଏହାଛଡ଼ା ସ୍ତ୍ରୀ-ଲୋକମାନେ ନିୟମିତ ଔଷଧ ସେବନକରି ଓ ପୁରୁଷମାନେ ଆଧୁନିକ ଉପକରଣ ବ୍ୟବହାର କରି ଜନ୍ମନିୟନ୍ତ୍ରଣ କରିପାରିବେ । ତାହାହେଲେ ଯାଇଁ ଦେଶବାସୀ ଜନସଂଖ୍ୟା ବିସ୍ଫୋରଣ ପରି ମହାଭୟଙ୍କର ଦୁର୍ଗତିରୁ ମୁକ୍ତିଲାଭ କରିପାରିବେ ।

ଉପସଂହାର :
                   ଦେଶବାସୀଙ୍କୁ ସୁରକ୍ଷା ଦେବା ଦେଶର ସରକାରଙ୍କର ଏକାନ୍ତ କର୍ତ୍ତବ୍ୟ । ତେଣୁ ସରକାର ଦେଶବାସୀଙ୍କୁ ଜନସଂଖ୍ୟା ବିସ୍ଫୋରଣରୁ ରକ୍ଷା କରିବା ପାଇଁ ଜନ୍ମନିରୋଧ ସକାଶେ ଦେଶର ନାନା ସ୍ଥାନରେ ପରିବାର କଲ୍ୟାଣ କେନ୍ଦ୍ରମାନ ଖୋଲିଛନ୍ତି । ଏଠାରେ ଜନ୍ମନିରୋଧ ପାଇଁ ଡାକ୍ତର ଡାକ୍ତରାଣୀ ରଖି ଅସ୍ତ୍ରୋପଚାର କରାଯାଉଛି । ପ୍ରତ୍ୟେକ ଦମ୍ପତି ଏହି କେନ୍ଦ୍ରଗୁଡ଼ିକର ସୁଯୋଗ ନେବା ଆବଶ୍ୟକ । ଯେଉଁମାନେ ଅସ୍ତ୍ରୋପଚାର ନ କରେଇବାକୁ ଚାହାନ୍ତି, ସେମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଜନ୍ମନିରୋଧକ ଉପକରଣ ଉଭାବନ କରାଯାଇଅଛି । ଏହାଛଡ଼ା ଜନ୍ମନିରୋଧକ ଔଷଧ ହେଉଛି ଆଉ ଏକ ବିକଳ୍ପ ଉପାୟ । ଜନ୍ମନିରୋଧ ସକାଶେ ନାରୀମାନଙ୍କ ଖାଇବା ପାଇଁ ଜନ୍ମନିରୋଧକ ବଟିକା ମଧ୍ୟ ଉଭାବିତ ହୋଇଛି । ହେଲେ ବି, ଅସ୍ତ୍ରୋପଚାର ଜନ୍ମନିରୋଧ ପାଇଁ ଯେପରି ନିଶ୍ଚିତ ଉପାୟ, ଅନ୍ୟ ଯାହା କିଛି ଭିନ୍ନ ଉପାୟମାନ ଉଭାବିତ ହୋଇଛି, ସେସବୁ ସେଭଳି ନିଶ୍ଚିତ ଉପାୟ ନୁହେଁ । ତେବେ ଅସ୍ତ୍ରୋପଚାର ପରେ କିଛିଦିନ ଡାକ୍ତରଙ୍କ ଉପଦିଷ୍ଟ ନିୟମମାନ ମାନି ଖୁବ ସାବଧାନତା ସହକାରେ ଚଳିବାକୁ ପଡ଼ିବ।

No comments:

Post a Comment