Recent Posts

"ଆମ ଘର" [ଏଇ ଘରେ ଆମେ ଏକାଠି ଥାଉ, ଏକାଠି ଖାଉ...] - (ପୁରୁଣା ପାଠ୍ୟପୁସ୍ତକ କବିତା) - ପଢନ୍ତୁ ଓଡ଼ିଆରେ

June 16, 2018
Class 1 to 10 All School eText Book, 80s-90s Old School Books, College Text Books, 250+ Janhamamu Magazine, Nijukti Khabar, Sishulekha Magazines Now Available on our new "Odia Pathagara" App.
Please Install from Playstore. Click the button to Install for Free!
Download (APP)
"ଆମ ଘର" [ଏଇ ଘରଟିରେ ଜନମ ମୋର । ଝାଟିମାଟିର ଏ, ନଡ଼ା ଛପର । ଏଇ ଘରେ ଆମେ ଏକାଠି ଥାଉ, ଏକାଠି ଖାଉ, ଏକାଠି ବସୁ, ଏକାଠି ହସୁ । ବୁଢ଼ୀ ମା’ ପାଶେ ଗପ ଶୁଣୁ ଶୁଣୁ ନିଦଟି ଆସେ ।...] - (ପୁରୁଣା ପାଠ୍ୟପୁସ୍ତକ କବିତା) - ପଢନ୍ତୁ ଓଡ଼ିଆରେ,
"ଆମ ଘର" [ଏଇ ଘରେ ଆମେ ଏକାଠି ଥାଉ, ଏକାଠି ଖାଉ...] - ବହୁ ପୁରୁଣା ପିଲାଙ୍କ କବିତା । ଏହି କବିତାର କବିଙ୍କ ନାମ ଏ ପର୍ଯ୍ୟନ୍ତ ଆମର ହସ୍ତଗତ ହୋଇନାହିଁ ।
"ଆମ ଘର"
ଏଇ ଘରଟିରେ ଜନମ ମୋର ।
ଝାଟିମାଟିର ଏ, ନଡ଼ା ଛପର ।
ଏଇ ଘରେ ଆମେ
ଏକାଠି ଥାଉ, ଏକାଠି ଖାଉ,
ଏକାଠି ବସୁ, ଏକାଠି ହସୁ ।
ବୁଢ଼ୀ ମା’ ପାଶେ
ଗପ ଶୁଣୁ ଶୁଣୁ ନିଦଟି ଆସେ ।

ଏଇଟି ଆମର ରୋଷେଇ ଘର ।
ଏ ଘର ଭିତର ସଫାସୁତର ।
ଏଇଠାରେ ମାଆ
ପରିବା କାଟେ, ବେସର ବାଟେ,
ଜାଇ ରଗଡେ଼, ଶାଗ ଖରଡେ଼,
ଗଢ଼ଇ ପିଠା- ଆରିସା, କାକରା ଆହାଃ କି ମିଠା !

ଏଇଟି ଆମର ଫୁଲ ବଗିଚା ।
ତଳେ ପଡ଼ିଛି କି ଘାସ ଗାଲିଚା !
ଉଡ଼ି ଉଡ଼ି ଆସେ
ପରଜାପତି ତରକା ଅତି
ଏଇଠି ବୁଲେ ଫୁଲରେ ଝୁଲେ !
କଳସୀ ଆଣି
ଫୁଲଗଛ ମୂଳେ ଦିଏ ମୁଁ ପାଣି ।

ଏଇଟି ମୋହର ପଢ଼ିବା ଘର ।
ସଜାଇ ରଖେ ମୁଁ ବହିପତର ।
ଏଇ ଘରେ ନିତି
ମନ ହରଷେ ଗଣିତ କଷେ,
ମୋ ବହି ପଢ଼େ, ଖେଳଣା ଗଢ଼େ ।
ଧରେ ମୁଁ ତୂଳୀ
ଛବି କରେ ବସି ଭଳିକି ଭଳି ।

ଏଇଟି ଆମର ଟିକି ଗଡ଼ିଆ ।
ଥିରି ପାଣି ତା’ର କେତେ ବଢ଼ିଆ !
କେତେ ଗଛ ଛାଇ,
ଆଲୁଅ ଦିଶେ, ପାଣିରେ ମିଶେ ।
ବଗୁଲି ଆସେ, କୂଳରେ ବସେ ।
ଗଡ଼ିଶାଟିଏ ଚମକି ଡିଏଁ ।
ଥାଏ ମୁଁ ଥାଏଁ
ତାଳିଟାଏ ମାରି ପାଣିକି ଡିଏଁ,
ଏ କୂଳୁ ସେକୂଳ ପହଁରିଯାଏ ।

ଏଣିକି ଏ ଘର ବଦଳିଯିବ ।
ଝାଟିମାଟି ରୂପ ଆଉ ନଥିବ ।
ଆମ ହାତେ ଯିବ
ଛାତ ପାଲଟି ଏଇ ଚାଳଟି ।
ନିଆଁ ପାଣିର ତୁଟିବ ଡର ।
ବିଜୁଳିବତୀ
ଘରକୁ କରିବ ଉଜଳ ଅତି ।

1 comment:

  1. ଭବାନୀ ଭାଈ,ଆପଣ ଅପଲୋଡ କରୁଥିବା ଓଡ଼ିଆ ବହିଗୁଡାକ ପଢି ଆମ୍ଭେମାନେ ବହୁତ ଉପକୃତ | ଯଦି ଆପଣ ଏହାର pdf ଫର୍ମାଟ ଗୁଡିକ ଅପଲୋଡ କରନ୍ତେ ଆମ୍ଭେ ପାଠକେ ବୃନ୍ଦ ଅତ୍ୟନ୍ତ ଖୁସି ହୁଅନ୍ତୁ |
    ଧନ୍ୟବାଦ

    ReplyDelete