Recent Posts

"ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର (ପଦ୍ୟ)" - ୫ମ ସାହିତ୍ୟ (୧ମ ଅଧ୍ୟାୟ) - ବିଷୟ, ଶବ୍ଦାର୍ଥ ଓ ଉତ୍ତରମାଳା

January 31, 2018
Class 1 to 10 All School eText Book, 80s-90s Old School Books, College Text Books, 250+ Janhamamu Magazine, Nijukti Khabar, Sishulekha Magazines Now Available on our new "Odia Pathagara" App.
Please Install from Playstore. Click the button to Install for Free!
Download (APP)
"ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର (ପଦ୍ୟ)" - ୫ମ ସାହିତ୍ୟ - ବିଷୟ, ଶବ୍ଦାର୍ଥ ଓ ଉତ୍ତରମାଳା, 5th class mil odia - jatiya dhwaha ama udai fara fara by pandit upendra tripathy, opepa books odisha

୫ମ ସାହିତ୍ୟ - ୧ମ ବିଷୟ
"ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର (ପଦ୍ୟ)"
ରଚନା: ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ

ବିଦେଶୀ ଶାସନରେ ଅଧୀନ ଥିଲା ଦେଶ,
ସେକାଳେ ଭୋଗୁଥିଲୁ କେତେ ଯେ ଆମେ କ୍ଲେଶ ।
ସ୍ଵାଧୀନ ଆଜି ଆମେ କାହାକୁ ନାହିଁ ଡର,
ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର ॥ (୧)

ଏଣିକି ଭଲ ଯାହା କରିବୁ ସେହି କାମ,
ଜାତିର ଇତିହାସେ ରହିବ ଆମ ନାମ ।
କର୍ତ୍ତବ୍ୟ-ପଥ ଧରି ହୋଇବୁ ଅଗ୍ରସର,
ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର ॥ (୨)

ଭୋକିଲା ହୋଇ ଆଉ ରହିବେ ନାହିଁ କେହି,
ରଖିବୁ ଜାତି ଟେକ ନିଜକୁ ବଳି ଦେଇ ।
ସ୍ଵଦେଶ ସେବା ବ୍ରତ କରିବୁ ଜୀବନର,
ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର ॥ (୩)

ଅଛୁଆଁ ନୁହେଁ କେହି ସଭିଏଁ ଭାଇ ଆମ,
ସଭିଙ୍କ ହିତ ପାଇଁ କରିବୁ ଆମେ କାମ ।
ସମସ୍ତେ ଆପଣାର ଜଣେ କେ ନୁହେଁ ପର,
ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର ॥ (୪)

ଦେଶରେ ଖୋଲିଦେବୁ ବିବିଧ କାରଖାନା,
ଯେପରି ଉତପନ୍ନ ହୋଇବ ଦ୍ରବ୍ୟ ନାନା ।
ଗଢ଼ି ଉଠିବେ ପୁଣି ଅସଂଖ୍ୟ କାରିଗର,
ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର ॥ (୫)

ଆମେ ଯେ ବୀର ଜାତି ନୋଇଁବୁ ନାହିଁ ମଥା,
କରିବୁ ପ୍ରାଣ ଦେଇ କହିବୁ ଯେଉଁ କଥା ।
ମରତେ ଖେଳାଇବୁ ସୁଷମା ସରଗର,
ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର ॥ (୬)

ଜ୍ଞାନ ବିଜ୍ଞାନେ ଆମେ ନୋହିବୁ କାହା ପଛ,
ପ୍ରତିଜ୍ଞା କର ଭାଇ, ଯେଉଁଠି ଯିଏ ଅଛ ।
କୋଟି ଯେ କୋଟି ଆମେ ସନ୍ତାନ ଭାରତର,
ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର ॥ (୭)

No comments:

Post a Comment